ପୁଣି ବିଜେଡିକୁ ଫେରିବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ। ସେ କହିଛନ୍ତି, ଗତ ସାଧାରଣ ନିର୍ବାଚନ ସମୟରେ ଶାରୀରିକ ଅସୁସ୍ଥତା ଓ କିଛି ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଇଥିଲି। ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ତେଣୁ ପୂର୍ବ ଭଳି ଆପଣଙ୍କ ନେତୃତ୍ୱରେ ପୁଣି ଦଳ ପାଇଁ କାମ କରିବାକୁ ଚାହୁଁଛି। ଏବେ ମୁଁ ମୋ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବାକୁ ଚାହୁଁଛି। ମୋତେ ଦଳରେ ସାମିଲ କରି କାମ କରିବାର ସୁଯୋଗ ଦିଅନ୍ତୁ।

Leave a Reply

Your email address will not be published. Required fields are marked *