ବନ୍ଦ ଘର ଭିତରୁ ଉଦ୍ଧାର ହେଲା କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପିକାଙ୍କ ମୃତ ଦେହ । କଟକ ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଅଧ୍ୟାପିକା ହେଲେ ପଶ୍ଚିମବଙ୍ଗର ଅନନ୍ୟା ଚକ୍ରବର୍ତ୍ତୀ । ତେବେ ଅଧ୍ୟାପିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ: ଅନନ୍ୟା ଗତ ୨ ଦିନ ହେବ କୌଣସି ସୂଚନା ନ ଦେଇ କଲେଜ ଯାଇ ନଥିଲେ। ତେଣୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁଇ ଦିନ ହେବ ବାରମ୍ବାର ଫୋନ୍ କରିଥିଲେ । କିନ୍ତୁ ଅଧ୍ୟାପିକା ଜଣକ ଫୋନ୍ ଉଠାଇ ନଥିଲେ। ତାଙ୍କର କିଛି ଖବର ନ ମିଳିବାରୁ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଘଟଣା ସଂପର୍କରେ କହିଥିଲେ। ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଭଡ଼ା ଘରେ ପହଞ୍ଚି ଅଧ୍ୟାପିକାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ମୃତଦେହକୁ ଉଦ୍ଧାର କରାଯାଇ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଅଧ୍ୟାପିକାଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। Post navigation ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି: ବିଜୟ ମହାପାତ୍ର ନଭେମ୍ବର ୧୫ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି