ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୧୩ ତାରିଖ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ସକାଳ ୬ଟାରୁ ୯ ଟା ଯାଏ ଗଣନା କରାଯିବ। ପକ୍ଷୀ ଗଣନା ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୫ ଜଣ ଲେଖାଏଁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। କନିକା ରେଞ୍ଜର ମଠଆଡିଆ, ଲଷ୍ମୀପ୍ରସାଦ ଡିଆ, ଦୁର୍ଗାଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜର ବାଲିଡିଆରେ ପକ୍ଷୀ ଗଣନା କରାଯିବ।

ଖୋଳା ନଦୀ ମୁହାଣ, ବ୍ରାହ୍ମଣୀ ନଦୀ ପଠା ଆଦିରେ ଦେଶୀୟ ପକ୍ଷୀ ବସବାସ କରିଥାନ୍ତି। ତେବେ ଜାନୁଆରୀରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଥିବା ବେଳେ ସେପ୍ଟେମ୍ବରରେ ଦେଶୀୟ ପକ୍ଷୀ ଗଣନା କରାଯାଇଥାଏ ।

Leave a Reply

Your email address will not be published. Required fields are marked *