ଗଞ୍ଜାମ ଜିଲ୍ଲା ଚିକିଟି ମଦ ବିଭୀଷିକା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମଦ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ହୋଇଛି। ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ କରବାଲୁଆ ଅଞ୍ଚଳର ବୋଲି ସୂଚନା ମିଳିଛି। ଶନିବାର ବି ଲକ୍ଷ୍ମଣ ବେହେରା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆହୁରି ୩ ଜଣ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *