ଜାତୀୟ କ୍ରୀଡ଼ା ଦିବସରେ ପ୍ରଦାନ କରାଗଲା ରାଜ୍ୟର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ । ଏହି ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରିକେଟର୍ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌, ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ‘ପ୍ରମେୟ’ର କଟକ ଜିଲ୍ଲା ପ୍ରତିନିଧି ସୁକେଶ ବେହେରାଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ, ହକି ଗୁରୁ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ, ରୂପନ୍ବିତା ପଣ୍ଡାଙ୍କୁ ଶ୍ରେଷ୍ଠ ଟେକ୍‌ନିକାଲ୍ ଅଫିସର୍ ଏବଂ ନାଲ୍‌କୋକୁ କ୍ରୀଡ଼ା ବିକାଶ ଲାଗି ଶ୍ରେଷ୍ଠ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଛି ।

ସେହିଭଳି ହକି ଲିଜେଣ୍ଡ ଲାଜରୁସ ବାର୍ଲାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ୪ ଲକ୍ଷ ପୁରସ୍କାର । ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଜାଭଲିନ୍‌ ଥ୍ରୋୟର କିଶୋର ଜେନାଙ୍କୁ ୩ ଲକ୍ଷ ପୁରସ୍କାର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *