ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଓ ଜେନା ସାହି ଅଞ୍ଚଳରେ ଦେଖିବାକୁ ମିଳିଛି। ସମସ୍ତେ କରବାଲୁଆ ଗାଁର ବୋଲି ଜଣାପଡିଛି। ଗତକାଲି ମାଉନ୍ଦପୁର ନିକଟରେ ଦେଶୀ ମଦ ପିଇବା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ସମସ୍ତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

ବେଆଇନ ଭାବେ ବିଷାକ୍ତ ମଦ ବିକ୍ରି ଘଟଣା ବଢୁଥିବା ବେଳେ ଏଥିରେ ଅନେକଙ୍କ ଜୀବନ ମଧ୍ୟ ଯାଉଛି। ହେଲେ ଏହା ଉପରେ ରୋକ ଲଗାଇବାକୁ ଅବକାରୀ ବିଭାଗ ଓ ପ୍ରଶାସନ ବିଫଳ ହୋଇଛି। ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଅନେକ ଲୋକଙ୍କ ଜୀବନ ଯିବ ।

Leave a Reply

Your email address will not be published. Required fields are marked *