କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ ପାଇଛି। ଓଭରାଲ ରାଙ୍କିଂର ଶୀର୍ଷ ୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛନ୍ତି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ଆଗରେ ରହିଛି। ୬୦.୭୩% ସ୍କୋର୍‌ ସହ ‘ସୋଆ’ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ଅଛି। ସୋଆ ପଛକୁ କିଟ୍‌ ୫୯.୯୪% ସ୍କୋର୍‌ ସହ ୨୮ତମ ସ୍ଥାନରେ ରହିଛି। ୫୭.୦୪% ସ୍କୋର୍‌ ସହ ନିଟ ରାଉରକେଲା ୩୪ତମ ସ୍ଥାନରେ ଅଛି। ଶୀର୍ଷ ୧୦୦ ବିଶ୍ୱବିଦ୍ୟାଳୟ ମାନ୍ୟତାର ୧୪ରେ ସୋଆ, ୧୫ରେ କିଟ୍, ଇଂଜିନିୟରିଂ ମାନ୍ୟତାର ୧୯ରେ ନିଟ ରାଉରକେଲା, ୨୬ରେ ସୋଆ, ୩୭ରେ କିଟ୍‌, ୫୪ରେ ଆଇଆଇଟି ଭୁବନେଶ୍ବର, ୯୬ରେ ସିଭି ରମଣ କଲେଜ ରହିଛି।

Leave a Reply

Your email address will not be published. Required fields are marked *