ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ରତ୍ନଭଣ୍ଡାରର ରକ୍ଷକ ବାବା ଲୋକନାଥଙ୍କ ଆଜ୍ଞାମାଳ ଶ୍ରୀମନ୍ଦିରକୁ ଆସିଛି । ଆଜ୍ଞାମାଳ ରତ୍ନଭଣ୍ଡାରରେ ପହଞ୍ଚିବା ପରେ ଯଥାରୀତି ପୂଜାର୍ଚ୍ଚନା ପରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ବାବା ଲୋକନାଥଙ୍କ ସେବାୟତ ତାଙ୍କ ମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିରକୁ ଆସିଛନ୍ତି ।

ସୂଚନାଯୋଗ୍ୟ, ବାବା ଲୋକନାଥ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ରକ୍ଷକ । ତାଙ୍କ ବିନା ଅନୁମତି ବିନା ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବାର କାହାକୁ ଅନୁମତି ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାବା ଲୋକନାଥଙ୍କ ଅନୁମତି ଆବଶ୍ୟକ ଥିଲା ।

Leave a Reply

Your email address will not be published. Required fields are marked *