ଧାନ ମଣ୍ଡିକୁ ନେଇ ପ୍ରତିକ୍ରିୟା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟର ପ୍ରତି ଧାନମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ମିଲ୍‌କୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍। ଯେକୌଣସି ସମସ୍ୟାର ସଙ୍ଗେ ସଙ୍ଗେ ସମାଧାନ । ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜି ବ୍ୟବହାର କରାଯିବା ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା ମୁତାବକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଦୁର୍ନୀତିକୁ ରୋକାଯିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ବାରା ମଣ୍ଡିରୁ ପ୍ରକୃତ ମିଲର ନିକଟକୁ ଧାନ ଯାଉଛି କି ନାହିଁ ଜଣାପଡିବ । ଏ ବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଆସନ୍ତା ୨ ମାସ ମଧ୍ୟରେ ପ୍ଲାନ୍ କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *