ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ ମୋହନ ଚରଣ ମାଝି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। କେନ୍ଦୁଝର ସହର ମଣ୍ଡୁଆ ସ୍ଥିତ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଘଟଗାଁ, କେନ୍ଦୁଝର, ତାଙ୍କ ଗ୍ରାମ ରାଇକଳା ଓ ଝୁମ୍ପୁରା ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୩ ତାରିଖ ରବିବାର ଦିନ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଘଟଗାଁରେ ଆସି ପହଞ୍ଚିବେ। ଏହାପରେ ମା’ ତାରିଣୀଙ୍କ ଦର୍ଶନ ସାରି ରୋଡ ଶୋ’ କରିବେ। ସେଠାରୁ ହେଲିକପ୍ଟରରେ କେନ୍ଦୁଝର ଆସି ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇବେ। ପୁଣି ସେଠାରୁ କାର ଯୋଗେ ପୁରୁଣା ସହର ଯାଇ ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେବେ । ଏହା ପରେ ଏକ ରୋଡ ଶୋ’ରେ କେନ୍ଦୁଝର ସହର ପରିକ୍ରମା କରିବେ। ପରେ ଷ୍ଟାଡିୟମ ଠାରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ କେନ୍ଦୁଝର ସର୍କିଟ ହାଉସଠାରେ ସେ ରାତ୍ରିଯାପନ କରିବା ସହିତ ୨୪ ତାରିଖ ସକାଳେ ନିଜ ଗାଁ ରାଇକଳାକୁ ଯିବାର କାର୍ଯ୍ୟକ୍ରମ ରହିଛି । ଗାଁ ନିକଟରେ ଥିବା ଝୁମ୍ପୁରାରେ ଏକ ରୋଡ ଶୋ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। Post navigation ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣା: ଖୁବଶୀଘ୍ର ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ଆଜି ବସିବ ୫୩ତମ ଜିଏସଟି ପରିଷଦ ବୈଠକ