ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । ବିଧାୟକ ଶାରଦା ନାୟକଙ୍କ ବିରୋଧରେ ଦାୟର ଦାଖଲ କଲେ ମାମଲା। ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପଙ୍କ ଦାବିରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ସୂଚନା। ସୂଚନା ମୁତାବକ, ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଓ ନାମାଙ୍କନ ପତ୍ରରେ ଶାରଦା ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ଦିଲୀପ ରାୟ ଅଭିଯୋଗ କରିଛନ୍ତି । ଅପରାଧିକ ପୃଷ୍ଠଭୂମି, ସମ୍ପତ୍ତିର ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ କରି ସେ ଶାରଦାଙ୍କ ନାଁରେ ପିଟିଶନ ଦାଖଲ କରିଛନ୍ତି ଦିଲ୍ଲୀପ। ନାମାଙ୍କନ ସମୟରେ ସାରଦା ନିଜ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲା ବିଷୟରେ ତଥ୍ୟ ଲୁଚାଇବା ସହ ନିଜର ସ୍ଥାବର/ଅସ୍ଥାବର ସମ୍ପତ୍ତିର ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ପୂର୍ବରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଅଣଦେଖା କରାଯାଇଥିବା ଦିଲ୍ଲୀପ ଆବେଦନରେ ଦର୍ଶାଇଛନ୍ତି। Post navigation ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ସାମୟିକ ରୋକ ଲଗାଇଲେ ହାଇକୋର୍ଟ ରାଜ୍ୟର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ