ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି ଗରମ। ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଚଳିତ ବର୍ଷ ହଜ୍ ଯାତ୍ରା କରିଥିବା ୧ ହଜାରରୁ ଅଧିକ ହଜ୍ ଯାତ୍ରୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ପ୍ରତିବର୍ଷ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ମୁସଲମାନ ତୀର୍ଥଯାତ୍ରୀ ହଜ୍ ଯାତ୍ରା ପାଇଁ ସାଉଦି ଆରବରେ ଏକାଠି ହୁଅନ୍ତି । ସାଉଦି ଆରବରେ ପ୍ରବଳ ଗରମ ଯୋଗୁଁ ବିଭିନ୍ନ ଦେଶର ଶତାଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମକ୍କାରେ ତାପମାତ୍ରା ୫୦ ଡିଗ୍ରି ଡେଇଁଥିବାରୁ ଅଂଶୁଘାତ ମାମଲା ବଢ଼ୁଛି। ତାପମାତ୍ରା ୫୦ ଡିଗ୍ରି ସେଲ୍ସିୟସ ଉପରେ ରହୁଥିବାରୁ ଅନେକ ଲୋକଙ୍କ ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ଚଳିତ ବର୍ଷ ସାଉଦି ଆରବରେ ଅତ୍ୟଧିକ ଉତ୍ତାପ ଯୋଗୁଁ ଏପର୍ଯ୍ୟନ୍ତ ୯୮ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି ବୋଲି ଆଜି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ସମସ୍ତ ମୃତ୍ୟୁ “ପ୍ରାକୃତିକ କାରଣ” ହେତୁ ହୋଇଛି ବୋଲି କୁହାଯାଇଛି। ସେ ଆହୁରି କହିଛନ୍ତି ଚଳିତ ବର୍ଷ ୧,୭୫,୦୦ ଭାରତୀୟ ବର୍ତ୍ତମାନ ପର୍ଯ୍ୟନ୍ତ ସାଉଦି ଗସ୍ତରେ ଆସିଛନ୍ତି । ସେଠାକାର ଭାରତୀୟଙ୍କ ପାଇଁ ଆମେ ଯାହା କରିପାରିବୁ ତାହା କରିବୁ । ଅନ୍ୟପଟେ ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ନାଗରିକ ଅଛନ୍ତି। ୬୫୮ ଇଜିପ୍ଟ ନାଗରିକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୬୩୦ ଜଣ ଯାତ୍ରା ପାଇଁ ପଞ୍ଜୀକରଣ କରିନାହାନ୍ତି। ଅନେକ ହଜ୍ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ପ୍ରାୟ ୧୦ଟି ରାଷ୍ଟ୍ରରୁ ୧୦୮୧ ହଜ୍ ଯାତ୍ରୀଙ୍କର ସପ୍ତାହକ ମଧ୍ୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଅନେକ ହଜ୍ ଯାତ୍ରୀ ସେମାନଙ୍କ ଧାର୍ମିକ ଯାତ୍ରା ସମୟରେ ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହେଉଛନ୍ତି। Post navigation ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଉପରେ ସାମୟିକ ରୋକ ଲଗାଇଲେ ହାଇକୋର୍ଟ