ରାଜ୍ଯରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏ ଅଧୀନରେ ଥିବା ୩୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମତ ସାବ୍ଯସ୍ତ କଲେ ଜନତା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ କାମ ମତଦାନ ହୋଇଛି ହିଞ୍ଜିଳିରେ । ରାଜ୍ୟରେ ଅନ୍ୟ ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ହିଞ୍ଜିଳି ଯେଉଁଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ କ୍ରମାଗତ ନିର୍ବାଚିତ ହୋଇ ଆସୁଛନ୍ତି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୮.୯୯%, ହିଞ୍ଜିଳିରେ ୫୮.୨୧%, କବିସୂର୍ଯ୍ୟନଗରରେ ୫୮.୮୪% – ସବୁଠାରୁ କମ ମତଦାନ ହୋଇଛି । ସର୍ବାଧିକ ସୋନପୁରରେ ୮୧.୨୩% ମତଦାନ ହୋଇଥିବା ବେଳେ ବୀରମହାରାଜପୁର ୭୮.୨୩% ମତଦାନ ହୋଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିର ପ୍ରାୟ ଅଧିକଂଶ ଲୋକ ପରିବାର ପୋଷଣ ପାଇଁ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାରୁ ହିଞ୍ଜିଳିରେ ମତଦାତାଙ୍କ ସଂଖ୍ୟା ହ୍ରାସ ହେବାରେ ଦେଖିବାକୁ ମିଳିଛି। ଗତ ୨୦୧୯ ନିର୍ବାଚନରେ ହିଞ୍ଜିଳିରେ ୬୫.୦୬% ମତଦାନ ହୋଇଥିଲା, କିନ୍ତୁ ଚଳିତବର୍ଷ ହୋଇଥିବା ନିର୍ବାଚନରେ କେବଳ ୫୮.୨୧% ମତଦାନ ହୋଇଛି ଯାହା ପଛରେ ଦାଦନ ସମସ୍ୟା ଓ ଜନତାଙ୍କ ଅନାଗ୍ରହ ଦାୟୀ ବୋଲି ଚର୍ଚ୍ଚା ହେଉଛି । Post navigation ନିର୍ବାଚନ ପ୍ରଚାର ପାଇଁ ୩ ଦିନିଆ ବାଲେଶ୍ୱର ଗ୍ରସ୍ତରେ ରେଳମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲଙ୍କୁ ସମନ