ନୂଆଦିଲ୍ଲୀ : ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ରାହୁଲ ଗାନ୍ଧୀ । ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ରାହୁଲ ଗାନ୍ଧୀ କହିଥିଲେ ଯେ ଜଣେ ହତ୍ୟା ଅଭିଯୁକ୍ତ ବିଜେପିର ଅଧ୍ୟକ୍ଷ ହୋଇପାରେ କିନ୍ତୁ କଂଗ୍ରେସରେ ଏହା ହୋଇପାରିବ ନାହିଁ। ଏନେଇ ବିଜେପି କର୍ମୀ ନବୀନ ଝା ରାଞ୍ଚି ସିଭିଲ କୋର୍ଟରେ ଅଭିଯୋଗ କରିଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୮ରେ ରାହୁଲ ଗାନ୍ଧୀ ଦିଲ୍ଲୀ ସମ୍ମିଳନୀରେ କହିଥିଲେ ଯେ ଜଣେ ହତ୍ୟା ଅଭିଯୁକ୍ତ ମଧ୍ୟ ଭାଜପାରେ ଅଧ୍ୟକ୍ଷ ହୋଇପାରେ, କିନ୍ତୁ କଂଗ୍ରେସରେ ଏହା ହୋଇପାରିବ ନାହିଁ। ଏ ସମ୍ପର୍କରେ ଚାଇବାସା କୋର୍ଟରେ ଏକ ଅଭିଯୋଗ ମାମଲା ମଧ୍ୟ ଦାଖଲ କରାଯାଇଛି। ନବୀନଙ୍କ ପିଟିସନରେ କୁହାଯାଇଛି ଯେ ରାହୁଲଙ୍କ ବିବୃତ୍ତି ତାଙ୍କୁ ଆଘାତ ଦେଇଛି ଏବଂ ଦଳର ଭାବମୂର୍ତ୍ତିକୁ ମଧ୍ୟ ଖରାପ କରିଦେଇଛି, ତେଣୁ ଏହି ଅଭିଯୋଗ ଦାଖଲ ହୋଇଛି।

By SonaliP

Leave a Reply

Your email address will not be published. Required fields are marked *