ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ ବର୍ଷିଛନ୍ତି। ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷର ଅଭାବ ରହିଛି। ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି। କଥା ଦେଉଛି, ବିଜେପି ସରକାର ଗଠନ କଲେ ଓଡ଼ିଶା ପାଇଁ ଜଣେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ।’ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୭ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଏଠାକୁ ପ୍ରଚାର କରିବାକୁ ଆସିଥିବା ଶ୍ରୀ ଶାହ କହିଥିଲେ, ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି। ନବୀନ ବାବୁ କିଛି କରୁନାହାନ୍ତି। ତାଙ୍କ ବାବୁମାନେ ଶାସନ କରୁଛନ୍ତି। ବିଜେପି ଆସିଲେ ଓଡ଼ିଶାର ସନ୍ତାନ ଶାସନ କରିବେ, ବାବୁ ନୁହେଁ।
ସେ କହିଛନ୍ତି, ସାରା ଦେଶରେ ଓଡ଼ିଶା ସମୃଦ୍ଧ, କିନ୍ତୁ ଏହାର ଲୋକେ ଗରିବ। ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି। କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ।
ଶାହ ଆହୁରି କହିଛନ୍ତି, ବିଜେପି ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ । ୧୮ ମାସରେ ଚିଟ୍‌ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ । ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇ ଲୋକଙ୍କୁ ପଇସା ଫେରାଇବୁ । ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ ବୋଲି ଶାହ କହିଛନ୍ତି । ବିଜେଡି ସରକାର ରାମ ଉତ୍ସବରେ ଯୋଗଦେବାରେ ବାଧା ଦେଲେ । ମୋଦି ଦେଶକୁ ସୁରକ୍ଷିତ, ସମୃଦ୍ଧ ବନାଇଛନ୍ତି । ଆଗାମୀ ୨୫ ବର୍ଷ, ଭାରତର ୨୫ ବର୍ଷ ହେବ । ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି । ନବୀନ ବାବୁ କିଛି କରୁନାହାନ୍ତି, ତାଙ୍କ ବାବୁମାନେ ଶାସନ କରୁଛନ୍ତି । ବିଜେପି ଆସିଲେ ଓଡ଼ିଶାର ସନ୍ତାନ ଶାସନ କରିବେ, ବାବୁ ନୁହେଁ । ବିଜେପିକୁ ବିଜୟୀ କରାନ୍ତୁ, ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ବନାନ୍ତୁ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

By SonaliP

Leave a Reply

Your email address will not be published. Required fields are marked *