ଓଡ଼ିଶାରେ ଚଳିତବର୍ଷ ନିର୍ବାଚନ ପ୍ରଚାର ପାଇଁ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ପ୍ରଚାର ତାଲିକାରେ ସାମିଲ୍ ହୋଇଛନ୍ତି ଆଉ ଜଣେ ହେବିୱେଟ୍ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ର ଓ ସାଲେପୁରରେ ନିର୍ବାଚନ ପ୍ରଚାର ପାଇଁ ଆସନ୍ତା ୨୩ ତାରିଖରେ ଆସୁଛନ୍ତି ଯୋଗୀ ଆଦିତ୍ୟନାଥ।

ଖୋର୍ଦ୍ଧା ଜିଲ୍ଲାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେପି। ବିଜେପି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଚିଲିକାରେ ବିଜେପିକୁ ବେଶ ଫାଇଦା ଦେବ ବୋଲି ଦଳ ଆଶା କରିଛି। ପ୍ରଚାର ବେଳେ ଯୋଗୀ ଆଦିତ୍ୟନାଥ ରାଜ୍ଯ ସରକାରଙ୍କୁ କିପରି ଟାର୍ଗେଟ କରୁଛନ୍ତି ସେଥିପ୍ରତି ସମସ୍ତଙ୍କର ନଜର ରହିଛି ।

ଚିଲିକାରେ ନିର୍ବାଚନ ପ୍ରଚାର ସହ ଯୋଗୀ ଆଦିତ୍ୟନାଥ ସାଲେପୁରର କୁଳିଆ ଠାରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାନସଭା ପ୍ରାର୍ଥୀ ଅରିନ୍ଦମଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *