ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଆଇଜି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଉପସ୍ଥିତ ଅଛନ୍ତି। ଅପରେସନ୍ ଆଇଜି ଦେବଦତ୍ତ ସିଂହ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ଡ଼ିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ପଡ଼ୋଶୀ ରାଜ୍ୟରୁ ଟଙ୍କା, ନିଶାଦ୍ରବ୍ୟ ଚାଲାଣ ସମ୍ଭାବନା ରହିଛି, ସେଥିପାଇଁ ସୀମାବର୍ତ୍ତୀ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ କରାଯାଇଛି। ରାତିରେ ନାକା ବଢ଼ାଇବୁ ଏବଂ ଗାଡ଼ିମୋଟର ଯାଞ୍ଚ ମଧ୍ୟ କରାଯିବ।ଏହା ଛଡା ସୋସିଆଲ୍ ମିଡିଆର କଣ୍ଟେଣ୍ଟ ଉପରେ ତୀକ୍ଷଣ ନଜର ରଖିବୁ। ଏହାଛଡ଼ା ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ମଧ୍ୟ ଏହି ବୈଠକରେ ଯୋଡ଼ି ହୋଇଛନ୍ତି। ନିର୍ବାଚନ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରାଯାଉଛି। Post navigation ନବୀନ ନିବାସଙ୍କୁ କେନ୍ଦ୍ରାପଡ଼ା ନେତାଙ୍କ ଡକରା ସରିଲା ବିଜେପି କୋର୍ କମିଟି ବୈଠକ: ଆଜି ଫୋକସରେ ଓଡ଼ିଶା