ନବରଙ୍ଗପୁର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନବରଙ୍ଗପୁରରେ ପହଞ୍ଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରାଯାଇଛି ।ନବରଙ୍ଗପୁର ପରେ ରାଜନାଥ ବ୍ରହ୍ମପୁର ଓ ବାରିପଦା ଗସ୍ତରେ ଯିବେ। ସେଠାରେ ଆମ୍ବପୁଆ ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ବାରିପଦା ଯିବେ।ସେଠାରେ ମଧ୍ୟ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ସଭାରେ ସେ କହିଛନ୍ତି ଯେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ସେ କହିଛନ୍ତି ଯେ ବିଜେପି ଯାହା କୁହେ, ତାହା ପୂରଣ କରେ। ‘ଅଯୋଧ୍ୟାରେ ରାମ ମନ୍ଦିର ପାଇଁ କହିଥିଲୁ, ପୂରା କଲୁ’। ସେ କହିଛନ୍ତି ଯେ ଦେଶ ବନାଇବା ପାଇଁ ଆମେ ରାଜନୀତି କରୁଛୁ। ସେ କହିଛନ୍ତି ଯେ ୯ ବର୍ଷରେ ଗରିବୀ ହଟାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। Post navigation ନୂଆ ଜାତୀୟ ସର୍ଭେ ରେ ଓଡ଼ିଶାରେ ବିଜେପିକୁ ୨୦ ଲୋକ ସଭା ଆସନ, ବିଜେଡିକୁ ୧ ଆଜିଠାରୁ ଯୋରନ୍ଦା ମାଘ ମେଳା