ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ଦଳ ଅଣ୍ଟା ଭିଡ଼ି ପ୍ରସ୍ତୁତ ଅଛନ୍ତି। ହେଲେ ନିକଟରେ ଫେଡେରାଲ ସର୍ଭେରୁ କିଛି ଏମିତି ରିପୋର୍ଟ ବାହାରିଛି। ସର୍ଭେ ଅନୁସାରେ ଓଡ଼ିଶା ଏବଂ କର୍ଣ୍ଣାଟକ ରାଜ୍ୟ ସ୍ତରରେ ଅଣ ବିଜେପି ସରକାର ଦ୍ୱାରା ପରିଚାଳିତ। କିନ୍ତୁ, ଯେତେବେଳେ ଲୋକସଭା ନିର୍ବାଚନ କଥା ଆସେ, ସେତେବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ଲୋକଙ୍କର ସ୍ପଷ୍ଟ ପସନ୍ଦ ବୋଲି ଜଣାପଡିଛି।

ଆଗାମୀ ନିର୍ବାଚନରେ ଅନୁମାନ କରାଯାଇଛି ଯେ ସମୁଦାୟ ୨୧ ସିଟରୁ ବିଜେଡି ମାତ୍ର ୧ ଆସନ ହାସଲ କରିବ ଏବଂ ବିଜେପି ୨୦ ସିଟ୍। କଂଗ୍ରେସ ଖାତା ବି ଖୋଲି ପାରିବନି । ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଆସନରେ ଜିତିଥିଲା ଏବଂ ବିଜେପି ୮ଟି ଆସନରେ ।

ରିପୋର୍ଟ ରେ ଜଣାପଡିଛି ଯେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୫୫% ଭୋଟ ପାଇବ; ଅନ୍ୟପଟେ ବିଜେଡିର ଭୋଟ ହାର ୧୯% କୁ ଖସି ଆସିବ ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, ହିନ୍ଦୁତ୍ବ ଲହର ଓ ବିଜେଡି ବିରୁଦ୍ଧରେ ଜନ ଚେତନା ବିଜେପି ପାଇଁ ଓଡ଼ିଶାରେ ସୁନାମୀ ଆଣିଦେବ ବୋଲି ଆକଳନ କରାଯାଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *