ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବାର ଓ ରେଷ୍ଟୁରାଣ୍ଟରେ ଜଣେ ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ଅସଦାଚରଣ ଏବଂ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ସଂପୃକ୍ତ ପ୍ରତିଷ୍ଠାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।

ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅଭିଜ୍ଞତା ବାଣ୍ଟି ଅଭିଯୋଗ କରିଛନ୍ତି ଯେ ରୋମିଓ ଲେନ୍ ନାମକ ଏକ ବାର ଓ ରେଷ୍ଟୁରାଣ୍ଟରେ କିଛି ଯୁବକ ତାଙ୍କ ପ୍ରତି ଅଶାଳୀନ ଇଙ୍ଗିତ ଓ ଅସଦାଚରଣ କରିଛନ୍ତି। ତେବେ ରାଜଧାନୀର ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତ୍ରୀ ।

ସୋମାଲିନଙ୍କ ଅଭିଯୋଗ ଅନୁଯୟୀ, ଶନିବାର ରାତିରେ ସେ ନିଜ ବନ୍ଧୁଙ୍କ ସହ ରୋମିଓ ଲେନ୍ ପବ୍ ଯାଇଥିଲେ। ସେଠାରେ ଏକ ଗ୍ରୁପ୍ ଯୁବକ ତାଙ୍କୁ ହଇରାଣ ଓ ଅସଦାଚରଣ କରିଥିଲେ। ସୋମାଲିନ୍ ଯୁବକଙ୍କ ଅଶାଳୀନ ବ୍ୟବହାରକୁ ବିରୋଧ କରିବାରୁ ବଢ଼ିଥିଲା ବିବାଦ। ସ୍ଥିତି ଅଧିକ ଖରାପ ହୋଇଥିଲା। ଘଟଣା ସମୟରେ ଉପସ୍ଥିତ ବାଉନ୍ସର ଓ ମ୍ୟାନେଜମେଣ୍ଟ ହସ୍ତକ୍ଷେପ କରିନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଥାନାରେ FIR ଦାଏର ହୋଇଥିବା ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଯୁବକଙ୍କ ସହ ସମ୍ପୃକ୍ତ ମ୍ୟାନେଜମେଣ୍ଟ ବିରୋଧରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପଟେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ କହିଛନ୍ତି କ୍ଲବରେ ଅସଦାଚରଣ ନେଇ ଅଭିନେତ୍ରୀଙ୍କୁ ଅଭିଯୋଗ ହୋଇଛି। ବାର ଓ ରେଷ୍ଟୁରାଣ୍ଟ ରେ ଦୁଇ ଗୋଷ୍ଠୀ ଡାନ୍ସ କରୁଥିଲେ। ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ସହ ହାତାହାତି ହୋଇଥିଲା। ଅଭିଯୋଗ ପରେ ସିସିଟିଭି ଆଧାରରେ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *