ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବାଙ୍କୀର ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଭାବରେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ଏନ୍‌ଏସ୍‌ୟୁଆଇ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି ।

ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ଏବେ ଉପସଭାପତି ଭାବରେ ସେ କାର୍ଯ୍ୟରତ ଥିଲେ । ସାରା ଦେଶରେ ଜିଲ୍ଲା ଓ ବ୍ଲକ କଂଗ୍ରେସ ସଭାପତି ନିଯୁକ୍ତି ପାଇଁ ଏଆଇସିସି ପକ୍ଷରୁ ଯେଉଁ ସଂଗଠନ ସୃଜନ ପ୍ରକ୍ରିୟା ପ୍ରଚଳନ ହେଉଛିି ସେହି ପ୍ରକ୍ରିୟାରେ ଶ୍ରୀ ପଟ୍ଟନାୟକ ଦେଶର ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇ ସୂଚାରୁରୂପେ ନିଜର ଦାୟିତ୍ୱ ସମ୍ପାଦକ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *