ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭିତରକନିକା ଜାତୀୟ ଉଦ୍ୟାନକୁ ଆଜି ଠାରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ବନ୍ଦ ରଖାଯାଇଛି. ପର୍ଯ୍ୟଟକ, କର୍ମଚାରୀ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜନଗର ବନଖଣ୍ଡ ଅଧିକାରୀ (DFO) ଏହି ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟଟକ, ବନ କର୍ମଚାରୀ ଏବଂ ବିରଳ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜନଗର ବନଖଣ୍ଡ ଅଧିକାରୀ ଏହି ଜରୁରୀକାଳୀନ ନିଷ୍ପତ୍ତି ନେଇଛନ୍ତି. ଉଦ୍ୟାନ ବନ୍ଦ ରହିବା ସହ ଭିତରକନିକାରେ ଥିବା ସମସ୍ତ ରାତ୍ରି ରହଣୀ ବୁକିଂକୁ ମଧ୍ୟ ବାତିଲ୍ କରିଦିଆଯାଇଛି । ଏହି ତିନି ଦିନ ମଧ୍ୟରେ ଭିତରକନିକା ବୁଲିବାକୁ କିମ୍ବା ରାତିରେ ରହିବାକୁ ଯୋଜନା କରିଥିବା ପର୍ଯ୍ୟଟକମାନଙ୍କୁ ଉକ୍ତ ଅଞ୍ଚଳକୁ ନ ଆସିବା ପାଇଁ ବନ ବିଭାଗ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି. ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଥିବା ଏହି ଉଦ୍ୟାନରେ ପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରବେଶ ଏବଂ ରାତ୍ରି ଯାପନ ଉପରେ କଟକଣା ବଳବତ୍ତର ରହିବ। Post navigation Cyclone Akvan: ବାତ୍ୟା ‘ଅକ୍ଭାନ’ ମୁକାବିଲା: ୧୪ ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର ପାଇଁ ୧୪ ଅଧିକାରୀ ନିୟୋଜିତ