ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି ହେବା ପରେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ନଭେମ୍ବର ୧୮ ରୁ ୨୦, ୨୦୨୬ ମଧ୍ୟରେ ଯାତ୍ରା କରିବାକୁ ଥିବା ୨୩ଟି ପ୍ରମୁଖ ଟ୍ରେନ୍ର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଥିବା ବେଳେ ଏକାଧିକ ଟ୍ରେନକୁ ପୁନଃନିର୍ଦ୍ଧାରିତ କରାଯାଇଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ସଂଶୋଧିତ ଟ୍ରେନ୍ ସମୟ ଯାଞ୍ଚ କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ସଂଶୋଧିତ ସମୟସୂଚୀ ଥିବା ଟ୍ରେନ୍ଗୁଡ଼ିକର ତାଲିକା ୧୨୬୬୩ ହାୱଡ଼ା–ତିରୁଚିରାପଲ୍ଲୀ ଏକ୍ସପ୍ରେସ୍ (ନଭେମ୍ବର ୧୯): ୮ ଘଣ୍ଟା ବିଳମ୍ବରେ ଚାଲିବ। ୧୫୨୨୭ ଏସ୍ଏମ୍ଭିଟି ବେଙ୍ଗାଲୁରୁ–ମୁଜାଫରପୁର ଏକ୍ସପ୍ରେସ୍ (ନଭେମ୍ବର ୧୯): ୮ ଘଣ୍ଟା ବିଳମ୍ବରେ ଚାଲିବ। ୧୮୦୪୬ ଚାର୍ଲାପଲ୍ଲୀ–ଶାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍ (ନଭେମ୍ବର ୧୯): ୭ ଘଣ୍ଟା ବିଳମ୍ବରେ ଚାଲିବ। ୨୦୮୩୮ ଜୁନାଗଡ଼ ରୋଡ୍–ଭୁବନେଶ୍ୱର ଏକ୍ସପ୍ରେସ୍ (ନଭେମ୍ବର ୧୯): ୭ ଘଣ୍ଟା ବିଳମ୍ବରେ ଚାଲିବ। ୨୦୮୦୭ ବିଶାଖାପାଟଣା–ଅମୃତସର ହୀରାକୁଦ ଏକ୍ସପ୍ରେସ୍ (ନଭେମ୍ବର ୨୦): ୫ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ। ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (ନଭେମ୍ବର ୧୯): ୫ ଘଣ୍ଟା ବିଳମ୍ବରେ ଚାଲିବ। ୬୮୪୪୬ ପଲାସା–କଟକ ମେମୁ (MEMU) (ନଭେମ୍ବର ୨୦): ୫ ଘଣ୍ଟା ବିଳମ୍ବରେ ଚାଲିବ। ୨୦୮୪୧ ଭୁବନେଶ୍ୱର–ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ (ନଭେମ୍ବର ୨୦): ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ। ୧୮୪୬୩ ଭୁବନେଶ୍ୱର–ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ (ନଭେମ୍ବର ୨୦): ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ। ୬୮୪୩୪ ଗୁଣୁପୁର–କଟକ ମେମୁ (MEMU) (ନଭେମ୍ବର ୨୦): ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ। ୧୨୮୬୩ ହାୱଡ଼ା–ଏସ୍ଏମ୍ଭିଟି ବେଙ୍ଗାଲୁରୁ ସୁପରଫାଷ୍ଟ ଏକ୍ସପ୍ରେସ୍ (ନଭେମ୍ବର ୧୯): ୩ ଘଣ୍ଟା ବିଳମ୍ବରେ ଚାଲିବ। ୧୮୦୪୭ ଶାଲିମାର–ଭାସ୍କୋ-ଡା-ଗାମା ଅମରାବତୀ ଏକ୍ସପ୍ରେସ୍ (ନଭେମ୍ବର ୧୯): ୩ ଘଣ୍ଟା ବିଳମ୍ବରେ ଚାଲିବ। ୧୨୮୩୯ ହାୱଡ଼ା–ଚେନ୍ନାଇ ମେଲ୍ (ନଭେମ୍ବର ୧୯): ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ। ୧୨୨୪୬ ଏସ୍ଏମ୍ଭିଟି ବେଙ୍ଗାଲୁରୁ–ହାୱଡ଼ା ଦୁରନ୍ତ ଏକ୍ସପ୍ରେସ୍ (ନଭେମ୍ବର ୧୯): ୨ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ। ୧୮୧୧୭ ରାଉରକେଲା–ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍ (ନଭେମ୍ବର ୧୯): ୨ ଘଣ୍ଟା ବିଳମ୍ବରେ ଚାଲିବ। ୨୨୬୪୪ ପାଟନା–ଏର୍ଣ୍ଣାକୁଲମ୍ ସୁପରଫାଷ୍ଟ ଏକ୍ସପ୍ରେସ୍ (ନଭେମ୍ବର ୧୯): ୨ ଘଣ୍ଟା ବିଳମ୍ବରେ ଚାଲିବ। ୨୨୮୧୯ ଭୁବନେଶ୍ୱର ନୂଆ–ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ (ନଭେମ୍ବର ୨୦): ୨ ଘଣ୍ଟା ବିଳମ୍ବରେ ଚାଲିବ। ୧୨୭୦୪ ସିକନ୍ଦରାବାଦ–ହାୱଡ଼ା ଫଲକନୁମା ଏକ୍ସପ୍ରେସ୍ (ନଭେମ୍ବର ୧୯): ୨ ଘଣ୍ଟା ବିଳମ୍ବରେ ଚାଲିବ। ୬୮୪୨୦ ପଲାସା–ଭୁବନେଶ୍ୱର ମେମୁ (MEMU) (ନଭେମ୍ବର ୨୦): ୨ ଘଣ୍ଟା ବିଳମ୍ବରେ ଚାଲିବ। ୧୫୬୪୬ ସିଲଚର–ଚାର୍ଲାପଲ୍ଲୀ ଏକ୍ସପ୍ରେସ୍ (ନଭେମ୍ବର ୧୮): ୧ ଘଣ୍ଟା ବିଳମ୍ବରେ ଚାଲିବ। ୦୮୦୪୫ ଶାଲିମାର–ଚାର୍ଲାପଲ୍ଲୀ ସ୍ପେଶାଲ୍ (ନଭେମ୍ବର ୨୦): ୧ ଘଣ୍ଟା ବିଳମ୍ବରେ ଚାଲିବ। ଏହା ବ୍ୟତୀତ ୧୮ ତାରିଖ ଦୁଇଟି ଟ୍ରେନକୁ ପଥମଧ୍ୟରେ ନିୟନ୍ତ୍ରିତ କରାଯିବ। ୨୨୫୦୩ ବିବେକ ଏକ୍ସପ୍ରେସ୍ ଟ୍ରେନକୁ SR ଏବଂ SCoR ପକ୍ଷରୁ ପଥମଧ୍ୟରେ ପ୍ରତ୍ୟେକ ୩ ଘଣ୍ଟା ଲେଖାଏଁ ନିୟନ୍ତ୍ରିତ କରାଯିବାକୁ ଥିବା ବେଳେ ୨୨୯୭୩ ଗାନ୍ଧିଧାମ–ପୁରୀ ଟ୍ରେନକୁ WR, CR ଓ SECR ପକ୍ଷରୁ ପଥମଧ୍ୟରେ ପ୍ରତ୍ୟେକ ୨ ଘଣ୍ଟା ଲେଖାଏଁ ନିୟନ୍ତ୍ରିତ କରାଯିବ। ବାତ୍ୟା ଜନିତ ପରିସ୍ଥିତି ଓ ରେଳ ଚଳାଚଳରେ ହେଉଥିବା ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ଷ୍ଟେସନକୁ ଯିବା ପୂର୍ବରୁ ଟ୍ରେନର ସଦ୍ୟତମ ସ୍ଥିତି ଯାଞ୍ଚ କରି ନିଜ ଯାତ୍ରା ଯୋଜନା ପ୍ରସ୍ତୁତ କରିବାକୁ ରେଳ ପକ୍ଷରୁ ଅନୁରୋଧ କରାଯାଇଛି। Post navigation Kolkata Cyber Police Raid in BBSR: ୯ ଲକ୍ଷ ଠକେଇ ମାମଲା: ଭୁବନେଶ୍ୱରରେ କୋଲକାତା ସାଇବର ପୋଲିସର ରେଡ୍; ୩ ମହିଳାଙ୍କ ସମେତ ୧୬ ଗିରଫ