ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ଓଡ଼ିଶା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଶୀତକାଳୀନ ଅଧିବେଶନ। ରାଜ୍ୟ ରାଜନୀତିର ଏହି ବଡ଼ ଅଧିବେଶନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ଅଧିବେଶନ ସମୟରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସମଗ୍ର ବିଧାନସଭା ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମୋଟ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବାକୁ ଯାଉଛନ୍ତି। ବିଧାନସଭା ଭିତର ଓ ବାହାର ଅଞ୍ଚଳ ସମେତ ଗାନ୍ଧୀ ମାର୍ଗରେ ମଧ୍ୟ ପୋଲିସର କଡ଼ା ନଜର ରହିବ। ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବାକୁ ଥିବାବେଳେ, ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। Post navigation Cargo Ship narrowly escapes sinking off Paradip Coast: ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ ‘MV ବିଶ୍ୱ ଉଦୟ’; ୨୭ ନାବିକ ସୁରକ୍ଷିତ