କଟକ ଜିଲ୍ଲା ନୟାସଡ଼କରେ ବାଣ ଫୁଟାକୁ ନେଇ ଧସ୍ତାଧସ୍ତି ମାମଲାରେ ଲାଲବାଗ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମହିଳା ଏସିପି ଅନନ୍ୟା ଅୱସ୍ତିଙ୍କୁ ଧସ୍ତାଧସ୍ତି ମାମଲାରେ ୧୦ ଅଟକ ଥିଲେ । ବିଶୃଙ୍ଖଳାକାରୀଙ୍କ ବିରୋଧରେ ଆକ୍ସନ ହେବ ବୋଲି କଟକ ଡିସିପି ରିଷିକେଶ ଖିଲାରୀ କହିଛନ୍ତି । ସୂଚନାଯୋଗ୍ୟ, ରବିବାର ଦୀପାବଳି ଅବସରରେ ବାଣଫୁଟାକୁ କେନ୍ଦ୍ରକରି କଟକ ନୟାସଡ଼କ ଛକରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଘଟଣାକୁ ନେଇ ନୟାସଡ଼କ ଅଞ୍ଚଳରେ ଉତ୍ତେଜନା ବଢ଼ିବା ପରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । Post navigation Naveen’s Ganjam Visit Was a Political Show: ନବୀନଙ୍କ ଗଞ୍ଜାମ ଗସ୍ତ ପ୍ରାୟୋଜିତ କର୍ମୀ ସମାବେଶ: ବିଜେପି