ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଜନକଲ୍ୟାଣକାରୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମଧୁବାବୁ ପେନସନ୍ ଯୋଜନା’ (MBPY) ରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୫ ଲକ୍ଷ ୫୮୧୭ ଜଣ ଯୋଗ୍ୟ ବ୍ୟକ୍ତି ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୂତନ ହିତାଧିକାରୀମାନେ ଚଳିତ ବର୍ଷ ଅକ୍ଟୋବର ମାସରୁ ଏହି ଭତ୍ତା ପାଇବେ ବୋଲି ଜଣାପଡ଼ିଛି। ରାଜ୍ୟରେ ପେନସନ ବଣ୍ଟନ ପ୍ରକ୍ରିୟାକୁ ଅଧିକ ତ୍ୱରିତ ରାଜ୍ୟରେ ପେନସନ ବଣ୍ଟନ ପ୍ରକ୍ରିୟାକୁ ଅଧିକ ତ୍ୱରିତ କରାଯାଇଥିବାବେଳେ ଆସନ୍ତା ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପେନସନ ସହାୟତା ବଣ୍ଟନ କରିବେ। ପୂର୍ବରୁ ପେନସନ ଅନୁମୋଦନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବାବେଳେ, ବର୍ତ୍ତମାନ ସରକାର ଏହି ପ୍ରକ୍ରିୟାକୁ ସହଜ ଓ ସରଳ କରିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟତା ଯାଞ୍ଚ ଶେଷ ହେବାକ୍ଷଣି ଆବେଦନକାରୀମାନେ ଅତି ଶୀଘ୍ର ପେନସନ ପାଇବା ପାଇଁ ଯୋଗ୍ୟ ହୋଇଯିବେ ଏବଂ ଆବେଦନ କରିଥିବା ପରବର୍ତ୍ତୀ ମାସରୁ ସେମାନେ ଏହି ସହାୟତା ରାଶି ପାଇବା ଆରମ୍ଭ କରିବେ। ହିତାଧିକାରୀମାନଙ୍କ ସୁବିଧା ପାଇଁ ଆବେଦନ ପ୍ରକ୍ରିୟାକୁ ମଧ୍ୟ ବ୍ୟାପକ କରାଯାଇଛି। ବର୍ତ୍ତମାନ ଆବେଦନକାରୀମାନେ ନିଜସ୍ୱ ବ୍ଲକ ଉନ୍ନୟନ ଅଧିକାରୀ (ବି.ଡି.ଓ.) କାର୍ଯ୍ୟାଳୟରେ ଅଫ୍ଲାଇନ୍ ମାଧ୍ୟମରେ କିମ୍ବା ସରକାରଙ୍କ ସ୍ୱତନ୍ତ୍ର ପୋର୍ଟାଲ http://upmp.odisha.gov.in ଜରିଆରେ ଘରେ ବସି ଅନଲାଇନ୍ରେ ଆବେଦନ କରିପାରିବେ, ଯାହାଫଳରେ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଯିବାର ଆବଶ୍ୟକତା ପଡ଼ିବ ନାହିଁ। ଏହାସହିତ, ସରକାର ଏକ ବଡ଼ ଆଶ୍ୱସ୍ତିକର ଘୋଷଣା କରି କହିଛନ୍ତି ଯେ ଯେଉଁ ପେନସନଭୋଗୀମାନଙ୍କର ବୟସ ୮୦ ବର୍ଷ କିମ୍ବା ତାଠାରୁ ଅଧିକ ହେବ, ସେମାନେ ସ୍ୱୟଂଚାଳିତ ଭାବରେ ବର୍ଦ୍ଧିତ ପେନସନ ପାଇବା ପାଇଁ ଯୋଗ୍ୟ ହୋଇଯିବେ। ଏଥିପାଇଁ ସେମାନଙ୍କୁ କୌଣସି ନୂତନ ଆବେଦନ ଦାଖଲ କରିବାକୁ ପଡ଼ିବ ନାହିଁ। ସରକାରଙ୍କ ଏହି ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ରାଜ୍ୟର ବୟସ୍କ ଓ ଅସହାୟ ନାଗରିକମାନେ ବିନା କୌଣସି ଜଟିଳତାରେ ସହଜରେ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ପାଇପାରିବେ। Post navigation Naveen to Skip Diwali Celebrations Over Flood Devastation: ବନ୍ୟା ଦୁର୍ଗତଙ୍କ ପ୍ରତି ସମବେଦନା: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ