ବିଜେଡି ଇଣ୍ଡି ମେଣ୍ଟକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ପ୍ରଦାନ କରିଥିବା ନେଇ ଦଳର ବରିଷ୍ଠ ନେତା ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ନିର୍ବାଚନ ବ୍ୟବସ୍ଥାକୁ ପୂରା ହାଇଜାକ୍ କରି ନେଇଛି, ଯାହା ଫଳରେ ଭାରତର ଗଣତନ୍ତ୍ର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଦେଶର ଗଣତନ୍ତ୍ର ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ସମସ୍ତ ଏନ୍ଡିଏ ବିରୋଧୀ ମେଣ୍ଟ ଏକଜୁଟ୍ ହେବାର ଏକାନ୍ତ ଆବଶ୍ୟକତା ରହିଛି। ଏହି ମହତ୍ ଲକ୍ଷ୍ୟ ଓ ବିଚାରଧାରାକୁ ଆଧାର କରି ଆଜି ବିଜେଡି ଇଣ୍ଡି ମେଣ୍ଟକୁ ଏହି ସମର୍ଥନ ଜଣାଇଛି। Post navigation Pradeep Purohit Targets Naveen Patnaik: ଇଣ୍ଡିଆ ମେଣ୍ଟ ରାଲିରୁ ସ୍ପଷ୍ଟ ହେଲା ବିଜେଡି-କଂଗ୍ରେସ ମେଣ୍ଟର ସତ୍ୟତା: ପ୍ରଦୀପ ପୁରୋହିତ Durga Puja 2026: ସିସିଟିଭି ନଜରରେ ରହିବ କଟକ ଦୁର୍ଗାପୂଜା: ଡିସିପି