ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମଙ୍ଗଳବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ହାଇ-ପ୍ରୋଫାଇଲ୍ ଗସ୍ତ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ। ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ସୁନାବେଡ଼ା HAL କମ୍ପ୍ଲେକ୍ସର ବିଭିନ୍ନ ବିମାନ ଇଞ୍ଜିନ୍ ଉତ୍ପାଦନ, ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ସୁବିଧାର ସରଜମିନ୍ ଅନୁଧ୍ୟାନ କରିବେ। ଏହାସହ ଭାରତର ସାମରିକ କ୍ଷେତ୍ରକୁ ଅଧିକ ମଜବୁତ୍ କରିବା ସହ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆଗେଇ ନେବା ପାଇଁ ସେ HALର ଉଚ୍ଚପଦସ୍ଥ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଉତ୍ପାଦନ ଲକ୍ଷ୍ୟ ଏବଂ କାର୍ଯ୍ୟକ୍ଷମତା ସମ୍ପର୍କରେ ନିର୍ଯାସମୂଳକ ଆଲୋଚନା କରିବେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯିବା ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। Post navigation Flydubai Co-Pilot Planned 9/11-Style Attack on Ben Gurion Airport Plague Scare in Russia: Nearly 200 People Placed Under Observation After Researcher’s Death