ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ହକି ଇଣ୍ଡିଆ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ସେହିପରି କୋଚ୍ ଏବଂ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ୪୪ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଏହାସହ ଏସିଆନ୍ ଚାମ୍ପିୟନ ଭାବେ ଦଳ ୨୦୨୮ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । Post navigation ‘Sujal’ Campaign in Odisha: ରାଜ୍ୟରେ ଶୁଭାରମ୍ଭ ହେଲା “ସୁଜଲ” ଅଭିଯାନ Chameli Ojha Assault Case: ଚାମେଲୀ ଓଝା ମାମଲାର ତଦନ୍ତ କରିବ NHRC; ଅକ୍ଟୋବର ୫ରେ କେନ୍ଦ୍ରାପଡ଼ା ଗସ୍ତ କରିବ ୩ ଜଣିଆ ଟିମ୍