ରାଜ୍ୟରେ ଅବପାତ ଜନିତ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳବନ୍ଦୀ ସ୍ଥିତିକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ବିପନ୍ନମାନଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝି ବିଭିନ୍ନ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ଆଶ୍ରୟ ନେଇଥିବା ବିପନ୍ନଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟର ଗୁଣବତ୍ତା ନିଜେ ଯାଞ୍ଚ କରିବା ସହ ଶିଶୁ, ମହିଳା, ବୟସ୍କ ଓ ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଏହା ସହିତ ମୁଖ୍ୟମନ୍ତ୍ରୀ ଚାନ୍ଦାଲି ହାଇସ୍କୁଲରେ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ବନ୍ୟା ବିପନ୍ନଙ୍କ ସୁବିଧା-ଅସୁବିଧା ସମ୍ପର୍କରେ ସୀଧାସଳଖ ପଚାରି ବୁଝିଛନ୍ତି । ଏବଂ ସେଠାରେ ସ୍ଥାନୀୟ ନେତୃବୃନ୍ଦ, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରଭାବିତ ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଜରୁରୀକାଳୀନ ଭିତ୍ତିରେ ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *