State Govt’s Efforts to Tackle Natural Disasters Highly Commendable: Manmohan Samal
ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ସାରା ରାଜ୍ୟରେ ପବନ, ବ୍ୟାପକ ବର୍ଷା ଲାଗି ରହିବା ସହ ବହୁ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ସମସ୍ତ ନଦୀର ଜଳସ୍ତର ବଢ଼ି ପୁନର୍ବାର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବଭଳି ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁଭଳି ଭାବେ ପ୍ରୟାସ କରୁଛନ୍ତି ତାହା ପ୍ରଶଂସନୀୟ ଅଟେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
 
‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ୱ ଦିଆଯାଇ ତଳିଆ ଓ ଅସୁରକ୍ଷିତ ଅଂଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ପରିବେଷଣକୁ ପ୍ରାଧାନ୍ୟ ଦିଆଯିବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ରାସ୍ତାଘାଟ ସଫା କରି ଯୋଗାଯୋଗ ପୁନଃକ୍ଷମ କରିବା, ବିଜୁଳି ଓ ପାନୀୟ ଜଳକୁ ଲୋକଙ୍କ ପାଖକୁ ପହଂଚାଇବା ଉପରେ ବର୍ତମାନ ଗୁରୁତ୍ୱ ଦିଆଯାଉଛି ।
 
ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱଭାବିକ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ପ୍ରୟାସ ଜାରି ରଖିଛନ୍ତିି । ଏନେଇ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପୁରା ଟିମ୍‌କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଜଣାଇଛନ୍ତି ।
 
ଏକ ପ୍ରେସ ବିବୃତିରେ ସାମଲ ଦର୍ଶାଇଛନ୍ତି ଯେ, ଏହି ସମୟରେ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା । ଅବପାତ ହେଉ ବା ବନ୍ୟା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟରେ ବିଜେପି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ସେବା, ସହାୟତା, ରିଲିଫ୍ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ଦଳର କାର୍ଯ୍ୟକର୍ତାମାନେ ପୂର୍ଣ୍ଣ ସହଯୋଗ କରନ୍ତୁ । ବିଶେଷ କରି ଜନସାଧାରଣ ଓ ପ୍ରାଣୀ ସଂପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ସାମଲ ପରାମର୍ଶ ଦେଇଛନ୍ତି ।
 
ପ୍ରଶାସନ, ସରକାର, ଅଗ୍ନିଶମ, ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍ ଉଦ୍ଧାରକାରୀ ଦଳ ସହ ମିଶି ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ପାର୍ଟିର କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବାକୁ ସାମଲ ଆହ୍ୱାନ ଦେଇଛନ୍ତି । ସାମାଜିକ ସଂଗଠନଗୁଡିକ ମଧ୍ୟ ଏହୌି କାର୍ଯ୍ୟରେ ସହଯୋଗ କରନ୍ତୁ । ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏହି କଠିନ ପରିସ୍ଥିତିର ମୁକାବିଲା କରିପାରିବା ବୋଲି ସାମଲ ଉଲ୍ଲେଖ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *