A spectacular day for Indian #Kabaddi! Back-to-back #AsianGames Gold🥇. Congratulations to the Indian Men’s Kabaddi Team on winning the Gold Medal by defeating Iran 40-34 in a thrilling final at #AsianGames2026. Your grit, teamwork and fighting spirit have made every Indian proud. 🇮🇳
ପଶ୍ଚିମ ଓଡ଼ିଶାରେ ଏକ ବଡ଼ ହସ୍ପିଟାଲ ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ । ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିବା ସହ ଏକ ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ।
 
ପଶ୍ଚିମ ଓଡ଼ିଶାରେ ଉନ୍ନତ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏହା ଅଞ୍ଚଳର ଲୋକଙ୍କୁ ଆଧୁନିକ ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାରେ ସହାୟକ ହେବ ।
 
ଏହାସହ ଝାରସୁଗୁଡ଼ାରେ ୨ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଏକ ସ୍ମେଲଟର ପ୍ଲାଣ୍ଟ ସ୍ଥାପନ କରିବା ନେଇ ମଧ୍ୟ ବେଦାନ୍ତ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ହେବ ବୋଲି ଅନୀଲ ଅଗ୍ରୱାଲ କହିଛନ୍ତି ।
 
ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଇଥିବା ସେ ସୂଚନା ଦେଇଛନ୍ତି । ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ଶିଳ୍ପ ଓ ନିବେଶ କ୍ଷେତ୍ରରେ ଆହୁରି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
 
ଏଥିସହ ସିଜିମାଳୀ ଓ କର୍ଲାପାଟ ଖଣିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ରାଜ୍ୟରେ ବେଦାନ୍ତର ଶିଳ୍ପ ଓ ଖଣି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ପଦକ୍ଷେପ ନେବା ନେଇ ଏହି ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *