ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଅବପାତଟି ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ଥିବାରୁ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସୂଚନା ଅନୁସାରେ, ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼ ଲାଗିଥିବା ଅଞ୍ଚଳରେ ଥିବା ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗକୁ ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଅନ୍ୟପଟେ କ୍ରମାଗତ ବର୍ଷା ଯୋଗୁଁ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଭଦ୍ରକ ଆଖୁଆପଦାଠାରେ ବୈତରଣୀ ନଦୀ ଏବଂ ମଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ବର୍ଷାର ପରିମାଣ ଧୀରେ ଧୀରେ କମୁଥିବାରୁ ଆଜି ରାତି ସୁଦ୍ଧା ଏହି ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସ୍ଥିତି ଉପରେ କଡ଼ା ନଜର ରଖିବା ସହ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି Post navigation Strict Action on Open Drain Fatalities: ମୁକୁଳା ଡ୍ରେନରେ ମୃତ୍ୟୁ ହେଲେ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ पीएम मोदी के साथ महिला की डीपफेक तस्वीर हटाने को मेटा को दिल्ली हाई कोर्ट का आदेश: CJP एक्टिविस्ट्स को नोटिस