ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ହେତୁ ସ୍ଥାନୀୟ ପାହାଡ଼ରୁ ବିଶାଳ ପଥର ସହ ମାଟି ଅଟଡ଼ା ଖସିପଡ଼ିବାରୁ ଚାରିଆଡ଼େ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି ପାଟପୁର ଆଙ୍କୁଲି ତାଡ଼କା ସାହି-ଚଡ଼ିଆପଡ଼ା ରାସ୍ତାରେ ମାଟି ଓ ପଥର ଖସିବାରୁ ସମ୍ପୂର୍ଣ୍ଣ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ବଡ଼ ବଡ଼ ପଥର ପଡ଼ିରହିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରିଛି। ଘଟଣାସ୍ଥଳରେ ଜେସିବି ମେସିନ ଲଗାଇ ରାସ୍ତାରୁ ମାଟି ଓ ପଥର ହଟାଇବା କାର୍ଯ୍ୟ ଆରମ୍ଭ କରାଯାଇଛି। ଖୁବ୍ କମ୍ ସମୟ ମଧ୍ୟରେ ଯାତାୟାତ ପ୍ରକ୍ରିୟାକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। Post navigation Odisha Ration Card: ରାସନ କାର୍ଡରୁ ବାଦ ପଡ଼ିଛନ୍ତି ୯ ଲକ୍ଷ ୮୧ ହଜାର ୬୬୧ ଅଯୋଗ୍ୟ ହିତାଧିକାରୀ: କୃଷ୍ଣଚନ୍ଦ୍ର ପାତ୍ର Odisha DGP Appointment Row: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ପୁଣି ଅସମାପ୍ତ ରହିଲା ଶୁଣାଣି, ଆସନ୍ତାକାଲି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ