ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଥମୁନି ହଟ୍ଟଗୋଳ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଏମଏମଡିଆର ବିଲ୍ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଦୁଇଥର ମୁଲତବୀ ଘୋଷଣା କରିଛନ୍ତି। ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବାରୁ ସୃଷ୍ଟି ହୋଇଥିଲା ହଟ୍ଟଗୋଳର ପରିସ୍ଥିତି।

ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାରେ ବାଧା ଉପୁଜିଥିଲା। ପରିସ୍ଥିତିକୁ ଦେଖି ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୧ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ତେବେ ୧ଟା ୧୦ରେ ଗୃହ ପୁଣି ବସିବା ପରେ ମଧ୍ୟ ଚିତ୍ର ବଦଳିନଥିଲା। ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେଲା, ବିରୋଧୀ ବିଧାୟକମାନେ ପୁଣି ଥରେ ସମାନ ବିଷୟକୁ ନେଇ ନାରାବାଜି ଓ ହଙ୍ଗାମା କରିଥିଲେ। ଗୃହରେ ସ୍ୱାଭାବିକ ପରିସ୍ଥିତି ଫେରି ନ ପାରିବାରୁ ବାଚସ୍ପତି ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *