ଭାରତର ମହିଳା କ୍ରିକେଟ୍ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏସୀୟ କ୍ରୀଡ଼ାର ମହିଳା କ୍ରିକେଟ୍ ଫାଇନାଲ୍ ମ୍ୟାଚରେ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୧୪୭ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଜାପାନର ନିଶିନ୍ ସ୍ଥିତ କୋରୋଗି ସ୍ପୋର୍ସ ପାର୍କରେ ଚାଲିଥିବା ମ୍ୟାଚରେ ଭାରତୀୟ ମହିଳା ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଟିମ୍ ଇଣ୍ଡିଆ ଓପନିଂ ଯୋଡ଼ି ଶେଫାଲି ବର୍ମା ଏବଂ ସ୍ମୃତି ମନ୍ଧାନାଙ୍କ ସହିତ ଏକ ମଜବୁତ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ପାଇଁ ଦୁହେଁ ୯୯ ରନର ଭାଗିଦାରି କରିଥିଲା । ଶେଫାଳି ୨୯ ଟି ବଲରେ ୪୮ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ସେହିପରି ସ୍ମୃତି ମନ୍ଧାନା ୪୫ ଟି ବଲରେ ୭୯ (୪୫ ବଲ୍, ୭ଟି ଛକା, ୫ଟି ଚୌକା) ର ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ ଦଳ ୨୧୬/୩ ରନ୍ର ରେକର୍ଡ ସ୍କୋର ସଂଗ୍ରହ କରିଥିଲା। ଏହି ମ୍ୟାଚ୍ ସହ ସ୍ମୃତି ମାନ୍ଧାନା ମହିଳା ଆନ୍ତର୍ଜାତୀୟ କ୍ରିକେଟରେ ୧୧,୦୦୦ ରନ୍ ସଂପୂର୍ଣ୍ଣ କରିବାରେ ପ୍ରଥମ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି ୨୧୭ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ମହିଳା ଦଳ ଆରମ୍ଭରୁ ବିପର୍ୟ୍ୟର ଶିକାର ହୋଇଥିଲା । ଭାରତୀୟ ବୋଲରଙ୍କ ଜାଦୁ ଆଗରେ ବ୍ୟାଟ୍ ଚାଲିନଥିଲା । ୧୫.୪ ଓଭରରେ ଶ୍ରୀଲଙ୍କା ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା ବୋଲିଂ ବିଭାଗରେ ଦୀପ୍ତି ଶର୍ମା, ଶେଫାଳୀ ବର୍ମା, ଶ୍ରେୟଙ୍କା ପାଟିଲ୍ ଏବଂ ଶ୍ରୀ ଚରଣୀ ମିଳିତ ଭାବେ ୯ଟି ୱିକେଟ୍ ନେଇ ଶ୍ରୀଲଙ୍କା ଦଳକୁ ମାତ୍ର ୬୯ ରନରେ ସୀମିତ ରଖିଥିଲେ ଏବଂ ଭାରତକୁ ୧୪୭ ରନର ଏକ ଐତିହାସିକ ବିଜୟ ଦେଇଥିଲେ। Post navigation Odisha Assembly Adjourned Till 4 PM: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ; ୪ଟା ଯାଏଁ ମୁଲତବୀ ଘୋଷଣା Heavy Rain Alert in Odisha: ବଙ୍ଗୋପସାଗରରେ ଅବପାତ: ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ; ରେଡ୍ ୱାର୍ଣ୍ଣିଂ ଜାରି