ଭାରତୀୟ ଜନତା ପାର୍ଟି ଆଜି ଦଳର ୭ଟି ନୂଆ ମୋର୍ଚ୍ଚା ପାଇଁ ନୂତନ ପ୍ରଭାରୀମାନଙ୍କ ନାମ ଘୋଷଣା କରିଛି। ଦଳ ପକ୍ଷରୁ ଯୁବ, ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି, କିଷାନ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ଦାୟିତ୍ୱ ବରିଷ୍ଠ ନେତାମାନଙ୍କୁ ପ୍ରଦାନ କରାଯାଇଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ବରିଷ୍ଠ ନେତା ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଓବିସି ମୋର୍ଚ୍ଚାର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶ ବିଜେପି ନେତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ମହିଳା ମୋର୍ଚ୍ଚା, ହରିୟାଣା ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ଭାଟିଆଙ୍କୁ ଏସସି ମୋର୍ଚ୍ଚା, ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଲାଲ ସିଂହ ଆର୍ଯ୍ୟଙ୍କୁ କିଷାନ ମୋର୍ଚ୍ଚା, ରାଜସ୍ଥାନ ବିଜେପିର ପୂର୍ବତନ ସଭାପତି ସତୀଶ ପୁନିଆଙ୍କୁ ଅନୁସୂଚିତ ଜନଜାତି (ST) ମୋର୍ଚ୍ଚା, ବସ୍ତିର ପୂର୍ବତନ ସାଂସଦ ହରୀଶ ଦ୍ଵିବେଦୀଙ୍କୁ ଯୁବ ମୋର୍ଚ୍ଚା ଓ ଗଜେନ୍ଦ୍ର ପଟେଲଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏହି ପ୍ରଭାରୀମାନେ ନିଜ ନିଜ ମୋର୍ଚ୍ଚାର କାର୍ଯ୍ୟକାରିଣୀ କମିଟି ଗଠନ, ରାଜ୍ୟ ପ୍ରଭାରୀ ମନୋନୟନ ଏବଂ ପ୍ରଦେଶସ୍ତରୀୟ ଟିମ୍ ସଜାଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସମସ୍ତ ନୂତନ ପ୍ରଭାରୀଙ୍କୁ ନିଜ ମୋର୍ଚ୍ଚାର ସଭାପତିମାନଙ୍କ ସହ ଆଲୋଚନା କରି ତୁରନ୍ତ ସଂଗଠନ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ବରିଷ୍ଠ ନେତ୍ରୀ ଡି. ପୁରନ୍ଦେଶ୍ୱରୀ ପୂର୍ବରୁ ଦୁଇଥର ଲୋକସଭା ସାଂସଦ, କେନ୍ଦ୍ରମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି। ଅନ୍ୟପଟେ ଓଡ଼ିଶାର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। Post navigation Orangutans Rescued In Odisha: ଶିଶୁ ଓରାଙ୍ଗଉଟାନ୍ ଜବତ ଘଟଣା: ମିଜୋରାମରେ ମାସେ ରହିବା ପରେ ଶାବକଙ୍କୁ ଓଡ଼ିଶା ଅଣାଯାଇଥିଲା ସୂଚନା BRICS समिट से पहले PM मोदी और पुतिन के बीच द्विपक्षीय बातचीत; पुतिन ने मोदी को दिया रूस आने का न्योता