ବାଲେଶ୍ୱରରେ ୫ଟି ଦୁର୍ଲଭ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଚୋରା ଚାଲାଣକାରୀ ଦଳ ଦକ୍ଷିଣ-ପୂର୍ବ ଏସିଆରୁ ଏହି ବିରଳ ବନ୍ୟପ୍ରାଣୀଗୁଡ଼ିକୁ ସମୁଦ୍ର ଓ ସ୍ଥଳପଥ ଦେଇ ଭାରତକୁ ଆଣିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ବରଂ ଆଇଲ୍ୟାଣ୍ଡ-ମ୍ୟାଁମାର ରୁଟ୍ ଦେଇ ମିଜୋରାମ ଅଣାଯିବା ପରେ ସେଠାରେ ପ୍ରାୟ ମାସେ କାଳ ରଖାଯାଇଥିଲା, ଯେପରି ସେମାନେ ଉତ୍ତର-ପୂର୍ବ ଭାରତର ଜଳବାୟୁ ସହ ଅଭ୍ୟସ୍ତ ହୋଇପାରିବେ। ଏହାପରେ ପଶ୍ଚିମବଙ୍ଗ ସୀମାନ୍ତ ଦେଇ ଓଡ଼ିଶାକୁ ଚାଲାଣ କରାଯାଉଥିଲା। କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଓ ବନ ବିଭାଗ ଟିମ୍ ଏହି ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାଶ ପାଇଁ ତଦନ୍ତ ଜୋରଦାର କରିଛନ୍ତି। ବାପା-ମା’ଙ୍କ ବିନା ଏହି ବର୍ଷକର ଶାବକମାନେ ନୂଆ ପରିବେଶ ସହ ଖାପ ଖୁଆଇ ସାରିଥିବାରୁ ଏହି ଚୋରା ଚାଲାଣ ପଛରେ ଏକ ସୁସଂଗଠିତ ଗ୍ୟାଙ୍ଗ୍ର ହାତ ଥିବା ସନ୍ଦେହ କରାଯାଉଛି। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଏକ ବିଶେଷ ଟିମ୍ ମିଜୋରାମ ଯିବାକୁ ପ୍ରସ୍ତୁତ ହେଉଛି। ଏଥି ସହିତ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏସ୍ଟିଏଫ୍ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ବାଲେଶ୍ୱର ଭୋଗରାଇର ଉଦ୍ଧାରସ୍ଥଳରେ ଛାନ୍ଭିନ୍ କରୁଥିବା ବେଳେ ଅନ୍ୟ ଏକ ଟିମ୍ ପଶ୍ଚିମବଙ୍ଗ ସୀମାନ୍ତରେ ପଚରାଉଚରା ଜାରି ରଖିଛି। ତୃତୀୟ ଟିମ୍ଟି କୋଲକାତା ଅଭିମୁଖେ ଯାଇ ରହସ୍ୟମୟ ‘ଥର’ ଗାଡ଼ିଟିର ସନ୍ଧାନ ଚଳାଇଛି। Post navigation ब्रिक्स सम्मिट में देसी स्वाद का जलवा, कोरापुट कॉफी को ब्रिक्स मीडिया किट में मिली जगह Baijayant Panda To Head OBC Morcha: ବିଜେପିର ୭ ନୂଆ ମୋର୍ଚ୍ଚା ପ୍ରଭାରୀ ଘୋଷଣା: ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଓବିସି ମୋର୍ଚ୍ଚା ଦାୟିତ୍ୱ