ବୌଦ୍ଧ ଥାନାର ପୂର୍ବତନ ଆଇଆଇସି ନଳିନୀକାନ୍ତ ଦାସଙ୍କୁ ପୁଣି ଥରେ ବଦଳି କରାଯାଇଛି। ପୋଲିସ୍ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସେଣ୍ଟ୍ରାଲ୍ ରେଞ୍ଜ ଆଇଜି ଅଫିସକୁ ବଦଳି କରାଯାଇଥିବା ଜଣାପଡ଼ିଛି। ମାତ୍ର ୧୫ ଦିନ ମଧ୍ୟରେ ନଳିନୀକାନ୍ତଙ୍କର ଏହା ଦ୍ୱିତୀୟ ଥର ବଦଳି। ଗଞ୍ଜେଇ ମାଫିଆଙ୍କ ସହ ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କ ସମ୍ପର୍କ ଥିବା ନେଇ ଗୁରୁତର ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ବୌଦ୍ଧ ଥାନାରୁ ବୌଦ୍ଧ ଏସ୍ପି ଅଫିସକୁ ବଦଳି କରାଯାଇଥିଲା। ଏବେ ପୁଣି ତାଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଅଫିସକୁ ପଠାଯାଇଛି। Post navigation Odisha UAE Investment Outreach: ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶିଳ୍ପପତିଙ୍କ ସହ ଆଲୋଚନା: ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ