ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବି ଓ ଦୁବାଇରେ ଅନୁଷ୍ଠିତ ସେପ୍ଟେମ୍ବର ୯ ରୁ ୧୧ ତିନି ଦିନିଆ ‘ୟୁଏଇ ନିବେଶକ ସମ୍ମିଳନୀ’ ସଫଳତାର ସହ ଶେଷ ହୋଇଛି। ଏହି ଗସ୍ତ କାଳରେ ଓଡ଼ିଶାକୁ ପ୍ରାୟ ୨,୪୩,୦୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ନିବେଶ ଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଖାପାଖି ୮ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଆଇଟି ଓ ସ୍ୱାସ୍ଥ୍ୟ ସେକ୍ଟରରେ ଓଡ଼ିଶାକୁ ବିଦେଶୀ ପୁଞ୍ଜି ଆସିବାର ଅଛି । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବ ।

ବିରୋଧୀଙ୍କ ସମସ୍ତ ଅଭିଯୋଗ ଅମୂଳକ କହିଲେ ଶିଳ୍ପ ମନ୍ତ୍ରୀ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ । ସେ କହିଛନ୍ତି ବିରୋଧୀଙ୍କ ୧୦ ବର୍ଷ ସହିତ ଆମର ୨ ବର୍ଷ ସମାନ ।ୟୁଏଇ ଗସ୍ତ ସମୟରେ ମୋଟ ୨୪ଟି ବୁଝାମଣା ପତ୍ର (MoUs) ଓ ନିବେଶ ଆଗ୍ରହ ପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧି ମଣ୍ଡଳୀ ୟୁଏଇର ଶୀର୍ଷ ବ୍ୟବସାୟୀ, ଆନ୍ତର୍ଜାତୀୟ ନିବେଶକ, କୂଟନୀତିଜ୍ଞ ଏବଂ ଆପ୍ରବାସୀ ଓଡ଼ିଆମାନଙ୍କ ସହ ୩୨ରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ଆଲୋଚନା ଓ ୱାନ ଟୁ ୱାନ ବୈଠକ କରିଥିଲେ।

କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ ଏଲଏନ୍‌ଜି ଷ୍ଟୋରେଜ୍ ପାଇଁ ସ୍ୱାକ୍ଷର କରିଛି। ସେହିପରି ରାଣା ହୋଲ୍ଡିଂସ ଲିମିଟେଡ୍ ଗ୍ରୀନ୍ ଏନର୍ଜି, ଏଆଇ ଡାଟା ସେଣ୍ଟର ଏବଂ ରେୟାର ଆର୍ଥ କ୍ଷେତ୍ରରେ ନିବେଶ କରିବ। ସରାଫ ଗ୍ରୁପ୍ ହାଉସିଂ କ୍ଷେତ୍ରରେ ଏବଂ ପିଟିସିଏଲ ଇନଫ୍ରାଷ୍ଟ୍ରକ୍ଚର ଇସ୍ପାତ ଓ ଡାଉନଷ୍ଟ୍ରିମ୍ ଶିଳ୍ପରେ ନିବେଶ ପାଇଁ ସ୍ୱାକ୍ଷର କରିଛନ୍ତି।

ଏଥି ସହିତ ଡାଲୱିନ୍ ମେରାଇନ୍, ଟର୍ବୋ ପାୱାର ଇଞ୍ଜିନିୟରିଂ (ଜାହାଜ ମରାମତି), ଆୟନ୍ ଟେକ୍ନୋଲୋଜିସ (ପ୍ରୋପେଲାଣ୍ଟ ନିର୍ମାଣ) ଏବଂ ଏଗ୍ରିଫିଲ୍ଡସ (ସାର ଓ ରସାୟନ) ଶିଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା ଆଦାନୀ ଗ୍ରୁପ୍, IHC, ବୋରୋଜ ଏବଂ ଏମିରେଟସ ଗ୍ଲୋବାଲ ଆଲୁମିନିୟମ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକ ସହ ପେଟ୍ରୋକେମିକାଲ, ଫୁଡ୍ ପ୍ରୋସେସିଂ, ଲଜିଷ୍ଟିକ୍ସ, ଆଇଟି ଏବଂ ଆଲୁମିନିୟମ ଶିଳ୍ପର ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

 

Leave a Reply

Your email address will not be published. Required fields are marked *