ଗଞ୍ଜାମ ଜିଲ୍ଲା ହରିଡାପଦର ଗ୍ରାମପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ପଞ୍ଚାୟତ ସମିତି ବୈଠକରେ ପ୍ରଶ୍ନ ପଚାରିବାରୁ ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆସିକା ବିଧାୟକ ସରୋଜ ପାଢ଼ୀ, ସରପଞ୍ଚଙ୍କୁ “ଚରିତ୍ରହୀନା” କହି ଆକ୍ଷେପ କରିବା ସହ ବୈଠକରେ ଅନଧିକୃତ ଭାବେ ଉପସ୍ଥିତ ଥିବା ତାଙ୍କର ଦୁଇ ପୁଅ ସରପଞ୍ଚଙ୍କୁ ଧମକଚମକ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏତିକିରେ ମାମଲା ଥମି ନଥିଲା। ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ସାମାଜିକ ଓ ମାନସିକ ସ୍ତରରେ ନିନ୍ଦିତ କରିବା ପାଇଁ ତାଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ସରପଞ୍ଚଙ୍କ ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ତାଙ୍କର ଫଟୋକୁ ବିକୃତ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସଂଘର୍ଷଶୀଳ ମହିଳା ଜନପ୍ରତିନିଧିଙ୍କୁ ସମ୍ମାନ ଜଣାଇବା ଏବଂ ତାଙ୍କ ସହ ଦୃଢ଼ ଭାବେ ଛିଡ଼ା ହେବା ପାଇଁ ଦଳୀୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଶଙ୍ଖ ଭବନଠାରେ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ବିସିଜେଡି ସଭାପତି ଇପ୍ସିତା ସାହୁ, ବିଏମସି କର୍ପୋରେଟର ମାନସୀ ସୁନ୍ଦରାୟ, ଦଳୀୟ ସ୍ପୋକ୍ସପରସନ ଡ. ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା ଓ ନାରାୟଣ ଜେନା ଉପସ୍ଥିତ ଥିଲେ। ଏଥିସହ BYJD ଗଞ୍ଜାମ ସଭାପତି ନାଚିକେତା ସ୍ୱାଇଁ, ରବୀନ୍ଦ୍ରନାଥ ପଲ୍ଲେଇ, ଦାଶରଥି ନାୟକ ଏବଂ ତ୍ରିନାଥ ବେହେରାଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ରହି ସରପଞ୍ଚଙ୍କ ସାହସିକତାକୁ ପ୍ରଶଂସା କରିଥିଲେ। Post navigation Odisha’s Investment Pitch: ବୈଦେଶିକ ପୁଞ୍ଜି ନିବେଶ ଓଡ଼ିଶାକୁ ଦେବ ନୂଆ ଗତି: ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ