ଓରାଙ୍ଗଉଟାନ୍ ତସ୍କରୀ ଘଟଣାରେ ସ୍ପେସାଲ ଟାସ୍କ ଫୋର୍ସ (STF)ର ତଦନ୍ତ ଜୋରଦାର ହୋଇଛି। ବାଲେଶ୍ୱର ଏବଂ ଦୀଘା ସୀମାନ୍ତ ଅଞ୍ଚଳରେ STFର ୨ଟି ଟିମ୍ ଛାନଭିନ୍ ଓ ଖୋଳତାଡ଼ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦୀଘା ରାସ୍ତା ଦେଇ ଓରାଙ୍ଗଉଟାନକୁ ଭୋଗରାଇ ଅଞ୍ଚଳକୁ ଅଣାଯାଇଥିବା ନେଇ ସନ୍ଦେହ କରାଯାଉଛି। ଏହି ଘଟଣାର ସତ୍ୟାସତ୍ୟ ପରଖିବା ପାଇଁ STF ଟିମ୍ ଦୀଘାର ଏକାଧିକ ସ୍ଥାନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସହ ୪୦ରୁ ଅଧିକ CCTV ଫୁଟେଜ୍ ଯାଞ୍ଚ କରିଛି।

ପୂର୍ବରୁ ମଣିପୁର ଏବଂ ମହାରାଷ୍ଟ୍ରରେ ଏହିଭଳି ୨ଟି ଚୋରା ଚାଲାଣ ମାମଲା ସାମ୍ନାକୁ ଆସିଥିଲା। ସେତେବେଳେ ମଣିପୁରର ଜଣେ ତସ୍କର ମିଆଁମାରରୁ ଓରାଙ୍ଗଉଟାନ୍ ଆଣି ଗିରଫ ହୋଇଥିଲା। ବର୍ତ୍ତମାନ ଘଟଣାର ସାମଞ୍ଜସ୍ୟ ଏବଂ ଚୋରା ଚାଲାଣର ଆନ୍ତର୍ଜାତୀୟ ଲିଙ୍କ୍ ନେଇ STF ବିଶେଷ ତର୍ଜମା କରୁଛି।

Leave a Reply

Your email address will not be published. Required fields are marked *