ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (KIMS) ହସ୍ପିଟାଲକୁ ଓଡ଼ିଶା ଷ୍ଟେଟ୍ ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ପକ୍ଷରୁ ଏକ ସୋ’ କଜ୍ ନୋଟିସ୍ ଜାରି କରାଯାଇଛି। ସରକାରୀ ସ୍ୱାସ୍ଥ୍ୟ ଯୋଜନା ‘ଆୟୁଷ୍ମାନ ଭାରତ PM-JAY’ ଏବଂ ‘BSKY/GJAY’ କାର୍ଯ୍ୟକାରିତାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଏହି ନୋଟିସ୍ ପଠାଯାଇଥିବା ଜଣାପଡ଼ିଛି। କିମ୍ସ କର୍ତ୍ତୃପକ୍ଷଙ୍କୁ ୫ ଦିନ ମଧ୍ୟରେ ଏହି ସୋ’ କଜ୍ ନୋଟିସର ସନ୍ତୋଷଜନକ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାରଣ ନ ଦର୍ଶାଇଲେ କିମ୍ସ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି। ସମୟ ମଧ୍ୟରେ ଉତ୍ତର ନ ମିଳିଲେ ନିୟମାନୁସାରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି। କିମ୍ସ ହସ୍ପିଟାଲ ବିରୋଧରେ ପ୍ରି-ଅଥରାଇଜେସନ୍ରେ ଅନିୟମିତତା, ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର ସହିତ OPD ରୋଗୀଙ୍କୁ IPD ଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ ରହିଛି ।ଏଥି ସହିତ ରୋଗୀଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ ଭଳି ଅଭିଯୋଗ ବି ରହିଛି । ICU ଆଡମିଶନ୍ ମାନଦଣ୍ଡ ଓ ରେକର୍ଡରେ ମଧ୍ୟ ଅସଙ୍ଗତି ଚିହ୍ନଟ ସୂଚନା ରହିଛି ।ଏହା ସହ ୬ ଜଣ ହିତାଧିକାରୀଙ୍କ ମାମଲାରେ ଅନିୟମିତତା ହୋଇଥିବା ଦର୍ଶାଯାଇଛି । Post navigation Odisha Resettlement and Rehabilitation Policy: ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି ସଂଶୋଧନ: ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର Major IAS Reshuffle in Odisha: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାରl