ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଆଶ୍ୱସ୍ତିକର ଖବର ଆସିଛି। ରାଜ୍ୟରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ନେଇ ବିଶେଷ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)। ସେ କହିଛନ୍ତି ବିଭିନ୍ନ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବିଶେଷ କରି ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କ୍ରମାଗତ ଭାବେ ଖସୁଥିବାରୁ ବନ୍ୟା ସ୍ଥିତି ପୂର୍ବ ଅପେକ୍ଷା ସୁଧୁରିଛି। ନଦୀଗୁଡ଼ିକର ଜଳସ୍ତର କମୁଥିବାରୁ ବନ୍ୟାଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେଉଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। Post navigation Anandapur Barrage Mismanagement: ବୈତରଣୀ ବନ୍ୟା; BPPL କୁ କାରଣ ଦର୍ଶାଅ ନୋଟିସ୍ BBSR drivers’ protest: ଅଟୋ ଚାଳକଙ୍କ ହଙ୍ଗାମା; ସହରରେ ହୋଇଥିବା କ୍ଷତି ଅଟୋ ଚାଳକ ହିଁ ଭରଣା କରିବେ: ନଗର ଉନ୍ନୟନ ମନ୍ତ୍ରୀ