ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ସାଂଗଠନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ରାଜ୍ୟ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ମାନଙ୍କ ନାମ ଘୋଷଣା କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ନୂତନ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।

​ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ଡଃ ସତୀଶ ପୁନିଆଙ୍କୁ ପଞ୍ଜାବର ପ୍ରଭାରୀ

ଏବଂ ରାଜ୍ୟସଭା ସାଂସଦ ତରୁଣ ଚୁଗଙ୍କୁ ଗୁଜରାଟ ରାଜ୍ୟର ପ୍ରଭାରୀ ଭାବେ ଗୁରୁଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଏହି ନୂତନ ନିଯୁକ୍ତିଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିଜେପି କେନ୍ଦ୍ରୀୟ ସମ୍ପାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ପାଇଁ ନୂତନ ପ୍ରଭାରୀ ଘୋଷଣା ହୋଇନାହିଁ, ସେଠାରେ ପୂର୍ବରୁ ଥିବା ପ୍ରଭାରୀ ବ୍ୟବସ୍ଥା ଯଥାବତ୍ ଚାଲୁ ରହିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

Leave a Reply

Your email address will not be published. Required fields are marked *