ରାଉଲକେଲା ରେଳ ଷ୍ଟେସନରେ ଅଘଟଣ । ଷ୍ଟେସନର ମୁଖ୍ୟ ଫାଟକ ପ୍ରବେଶ ଦ୍ୱାର ନିକଟରେ ଥିବା ନିର୍ମାଣଧୀନ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିବା ଫଳରେ ସେଠାରେ ଥିବା ୨ଟି କାର୍ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଖରା ଓ ବର୍ଷାରୁ ଯାତ୍ରୀ ଏବଂ ଗାଡ଼ିଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ମାତ୍ର କିଛି ମାସ ପୂର୍ବରୁ ଏହି ଶେଡ୍ ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣର ମାତ୍ର କିଛି ମାସ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିବା ନିର୍ମାଣ କାର୍ଯ୍ୟର ମାନ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *