ଚଳିତ ମାସ ୧୬ ତାରିଖରେ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପରବର୍ତ୍ତୀ ଆଇନ ଶୃଙ୍ଖଳା ଦାୟିତ୍ୱ କିଏ ସମ୍ଭାଳିବ, ସେ ନେଇ ନୂଆଦିଲ୍ଲୀରେ ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC) ଚୟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁଯାୟୀ UPSC ଚେୟାରମ୍ୟାନ୍ଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ଯୋଗ ଦେବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଡିଜିପି ୱାଇ ବି ଖୁରାନିଆ । ବରିଷ୍ଠତା ଆଧାରରେ ୩ IPS ଅଫିସର୍ଙ୍କ ନାଁ ସୁପାରିସ କରିବେ UPSC କମିଟି ଏହା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଉପରେ ମୋହର ମାରିବେ ରାଜ୍ୟ ସରକାର। Post navigation New Mexico Court Orders Meta to Pay $567 Million Fine for Harming Children’s Mental Health प्रयागराज में ‘छात्रों की गूंज’ कार्यक्रम के लिए राहुल गांधी को मिली मंज़ूरी; वेन्यू बुकिंग रद्द का फैसला वापस