ଚେକିଂ ବେଳେ ଧରାପଡ଼ିଲା ୭ଲକ୍ଷ ୫୦ ହଜାର ଟଙ୍କା

ବରଗଡ଼: ନିର୍ବାଚନ ସମୟରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ। ରାଜ୍ୟର ସମସ୍ତ ଜିଲ୍ଲାରେ ଓ ଜିଲ୍ଲାର ସିମାରେ କଡ଼ାକଡ଼ା କରାଯାଇଛି ଗାଡ଼ି ଯାଞ୍ଚ। ଗତକାଲି ବିଳମ୍ବିତ ରାତିରେ ବରଗଡ଼ରେ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ୭ଲକ୍ଷ ୫୦ ହଜାର ଟଙ୍କା।

ସୂଚନା ମୁତାବକ; ବରଗଡ଼ର ସୋହେଲା ବ୍ଲକ ଲୁହୁରାଚଟି ଚେକପୋଷ୍ଟ ଠାରେ ପାଟ୍ରୋଲିଂ ଚାଲିଥିବା ସମୟରେ ଛତିଶଗଡ଼ ପଟୁ ବରଗଡ଼ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଟାଟା ସୁମୋ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ ଓ ଏଫଏସଟି ଟିମ। ତେବେ ପୋଲିସ ଓ ଏଫଏସଟି (FST)ଙ୍କ ମିଳିତ ଉଦ୍ୟମ କ୍ରମେ ଉକ୍ତ ଗାଡିରୁ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଏଫଏସଟି ଟିମ୍। ଉକ୍ତ ଗାଡି ମାଲିକ ଦୌଲତ ପ୍ରସାଦ ରାତ୍ରେ ଛତିଶଗଡ ନିବାସୀ ବୋଲି ଜଣାପଡ଼ିଛି।

ତେବେ ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କ’ଣ ପାଇଁ ଭ୍ୟାନରେ ନିଆଯାଉଛି ଏବଂ କେଉଁଠି ଓ କେଉଁ ବାବଦରେ ଯାଉଛି ତାହାର ସ୍ପଷ୍ଟ ଉତ୍ତର ମିଳିନଥିଲା। ତେଣୁ ପୋଲିସ ଭ୍ୟାନ ସହ ନଗଦ ସାଢ଼େ ସାତ ଲକ୍ଷ ପଚାଶ ହଜାର ଟଙ୍କା ଜବତ କରିଛି। ଭ୍ୟାନରେ ଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *