ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଏଥିରେ ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହଲ୍‌ରେ ନିଆଁ ଲାଗିଥିବାରୁ ସାଂଘାତିକ ସ୍ଥିତି ଉପୁଜିଛି। ନିଆଁ ଘେରରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।

ଆତଙ୍କବାଦୀ ସଂଗଠନ ISIS ହମଲା କରିଥିବା ସ୍ବୀକାର କରିଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅତ୍ୟଧିକ ଗୁଳି ବିନିମୟ ହୋଇ ବୋମା ଫିଙ୍ଗା ଯାଇଥିଲା ଯେଉଁଥିରେ ୧୪୫ ଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏହି ଆକ୍ରମଣର ଦାୟୀ ବୋଲି କହିଛି ଏବଂ କ୍ରୋକସ ସହରରେ ଏହାର ଆତଙ୍କବାଦୀ ମାନେ ବହୁ ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ କରିଥିବା କହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *