କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର । ଦେଲା ୨୫ ଗ୍ୟାରେଣ୍ଟି, ୫ ନ୍ୟାୟ ପ୍ରତିଶ୍ରୁତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ନ୍ୟାୟ ପତ୍ର’ ନାଁରେ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଏହି ଇସ୍ତାହାର ଅନୁସାରେ ଘୋଷଣାପତ୍ରରେ ଦଳ ୫ ନ୍ୟାୟ – ‘ ଭାଗିଦାରୀ ନ୍ୟାୟ’, କୃଷକ ନ୍ୟାୟ. ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଯୁବା ନ୍ୟାୟକୁ ସାମିଲ କରିଛି ।

ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳ ଏମଏସପିକୁ ଆଇନଗତ ମାନ୍ୟତା ଦେବ, ୫୦ପ୍ରତିଶତ ସଂରକ୍ଷଣ ସୀମାକୁ ରଦ୍ଦ କରିବ ଏବଂ ସଂରକ୍ଷଣ ସୀମା ବୃଦ୍ଧି କରିବ, ଜାତିଗତ ଜନଗଣନା ହେବ, ଋଣ ଛାଡ ଆୟୋଗ ଗଠନ କରିବ ଏବଂ ନିଯୁକ୍ତି ସୁନିଶ୍ଚିତ କରିବ। ଜାମ୍ମୁ ଓ କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

କଂଗ୍ରେସ କହିଛି ଯେ, ଯଦି ଦଳ ଶାସନକୁ ଆସେ ତେବେ ଏସସି ଓ ଏସଟି ବର୍ଗଙ୍କ ସ୍ଥିତିକୁ ସଦୃଢ କରିବାକୁ ଦେଶରେ ଜାତି ଭିତ୍ତିକ ଜନଗଣନା କରାଇବ । ସମ୍ପୃକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଆଜେଣ୍ଡା ପ୍ରସ୍ତୁତ କରିବ ।ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ।ଘର ନିର୍ମାଣ , ବ୍ୟବସାୟ କରିବାକୁ ଏସସି , ଏସଟି ବର୍ଗଙ୍କ ପାଇଁ ସଂସ୍ଥାଗତ ଋଣ ରାଣି ବୃଦ୍ଧି କରାଯିବ ।

ଓବିସି, ଏସସି, ଏସଟି ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ ରାଶିକୁ ୨ ଗୁଣା ବଢଯିବ । ବିଶେଷ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଲାଗୁ କରାଯିବ ।ଗରିବ, ଓ ଏସସି ,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାର ନେଟୱାର୍କ କରାଯିବ ।ଏହାସହ ‘ଶ୍ରମ ନ୍ୟାୟ’ ଆଧାରରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅଧିକାର, ଦୈନିକ ସର୍ବନିମ୍ନ ମଜୁରି ୪୦୦ ଟଙ୍କା ସୁନିଶ୍ଚିତ କରିବା ଏବଂ ସହରାଂଚଳରେ ରୋଜଗାରର ଗ୍ୟାରେଂଟି ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଏହା ସହ ‘ମହିଳା ନ୍ୟାୟ’ ଅଧୀନରେ ମହାଲକ୍ଷ୍ମୀ ଗ୍ୟାରେଂଟି ଅଧୀନରେ ଗରିବ ପରିବାରର ମହିଳାମାନେ ବାର୍ଷିକ ଏକ ଲକ୍ଷ ଟଙ୍କା ଦେବା ସହ ଅନେକ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *